ସକାଳୁଆ ହେବ ଅଙ୍ଗନବାଡ଼ି: ସକାଳ ୭ଟାରୁ ୧୧ଟା ୩୦ ଯାଏ ଖୋଲା ରହିବ

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଖରା ପାଇଁ ବଦଳିଲା ଅଙ୍ଗନବାଡ଼ି ସମୟ। ସକାଳୁଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୭ଟାରୁ ୧୧ଟା ୩୦ ଯାଏ ଖୋଲା ରହିବ ଅଙ୍ଗନବାଡ଼ି କେନ୍ଦ୍ର।

ଏହା ପୂର୍ବରୁ ରାଜ୍ୟର ସମସ୍ତଙ୍କ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ସକାଳୁଆ ଘୋଷଣା କରିଥିଲେ ସରକାର। ଏପ୍ରିଲ ୨ରୁ ସମସ୍ତ ସ୍କୁଲ ସକାଳ ୭ଟାରୁ ସାଢେ ୧୧ଟା ଯାଏ ଚାଲୁଛି।

Leave a Reply

Your email address will not be published. Required fields are marked *