କାର୍ ବିକ୍ରିରେ ତୃତୀୟ ନମ୍ବରରେ ଟାଟା ମୋଟର୍ସ, ବାଜି ମାରିନେଲା ମାରୁତି ସୁଜୁକି

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ର ଗାଡି ବିକ୍ରି ରିପୋର୍ଟ ସାମ୍ନାକୁ ଆସିଛି । ମାରୁତି ସୁଜୁକି ତାଲିକାରେ ସର୍ବ ପ୍ରଥମେ ରହିଛି । ହ୍ୟୁଣ୍ଡାଇ କମ୍ପାନୀର ଗାଡି ପୂର୍ବ ଅପେକ୍ଷା ଭଲ ବିକ୍ରି ହୋଇଥିବା ତଥ୍ୟରେ ଉଲ୍ଲେଖ ରହିଛି ।  ଆସନ୍ତୁ ଦେଖିବା କେଉଁ କମ୍ପାନୀର କେତେ ଗାଡି ବିକ୍ରି ହୋଇଛି…

ଆର୍ଥିକ ବର୍ଷ ୨୦୨୩-୨୪ରେ ହ୍ୟୁଣ୍ଡାଇ ୭,୭୭,୮୭୬ ୟୁନିଟ୍ସ ଗାଡି ବିକ୍ରି କରିଛି । ଏହା ସହିତ କାର୍ ବିକ୍ରିରେ ହ୍ୟୁଣ୍ଡାଇ ଦ୍ବିତୀୟ ନମ୍ବର ଏବଂ ଟାଟା ମୋଟର୍ସ ତୃତୀୟ ନମ୍ବରରେ ରହିଛି । ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ଗାଡି ବିକ୍ରି କରିଛି ମାରୁତି ସୁଜୁକି । ଆର୍ଥିକ ବର୍ଷ ୨୦୨୩-୨୪ରେ ମାରୁତି ସୁଜୁକି ଇଣ୍ଡିଆ ୧୭,୯୩,୬୪୪ ୟୁନିଟ୍ସ ଘରୋଇ ଗାଡି ବିକ୍ରି କରିଛି ।  ଟାଟା ମୋଟର୍ସ କଥା କହିବା ତ କମ୍ପାନୀ ଆର୍ଥିକ ବର୍ଷରେ ୯୦,୮୨୨ ୟୁନିଟ୍ ଗାଡି ବିକ୍ରି କରିଛି । ବର୍ଷେ ପୂର୍ବରୁ କମ୍ପାନୀ ଏହି ସମୟରେ ୮୯,୩୫୧ ୟୁନିଟ୍ ବିକିଥିଲା ।

Leave a Reply

Your email address will not be published. Required fields are marked *